କାନ୍ତ କବି - ମନସ୍ଵିନୀ ମିଶ୍ର



୧୮୮୮ ମସିହା ଡିସେମ୍ବର ନଅରେ

ପିତା ଚୌଧୁରୀ ଭାଗବତ ପ୍ରସାଦ

    ମାତା ରାଧାରାଣୀ କୋଳରେ

ଜନମ ଲଭିଲେ ସୁଯୋଗ୍ୟ ସନ୍ତାନ

ଜନ୍ମ ମାଟି ଭଦ୍ରକ ତିହିଡି ତାଳପଦା

       ହୋଇଲା ମହାନ ।।


ଲକ୍ଷ୍ମୀ ପୂଜା ଦିନ ଭୂମିଷ୍ଟ ହେଲେ

 ଲକ୍ଷ୍ମୀକାନ୍ତ ନାମେ ଭୂଷିତ ହେଲେ ।  

ଉଚ୍ଚବିଦ୍ୟାଳୟ ଶିକ୍ଷା 

    ପଛକୁ ଠେଲିଲେ

ଇଂରେଜ ଆନ୍ଦୋଳନରେ 

     ଯୋଗ ହୋଇଲେ ।

 ବିଦେଶୀ ସରକାର ଦ୍ଵାରା 

    ବନ୍ଦୀ ହୋଇଲେ 

ଜେଲ୍ ଦଣ୍ଡ ମାଡ଼ ଗାଳି ଖାଇଲେ ।।


ପିତା ବାଚସ୍ପତି ବିଧାନସଭାର 

                 ପ୍ରତିନିଧିତ୍ଵ         

ପୁତ୍ର ଲେଖନୀ ମୁନରେ 

    ରଚିଲେ ଓଡିଶାର ଅସ୍ତିତ୍ବ ।।


ଜମିଦାର ଲାଲମୋହନଙ୍କ 

    କନ୍ୟାକୁ ବିବାହ କଲେ

ନିତ୍ୟାନନ୍ଦ ଗୌରଚନ୍ଦ୍ର 

     ଦୁଇ ପୁତ୍ର ଜନ୍ମିଲେ ।।


କବି ଲେଖକ ନାଟ୍ୟକାର ଗାଳ୍ପିକ

    ଔପନ୍ୟାସିକ ହୋଇ

ଦେଶେ ସ୍ୱାଧୀନତା ସଂଗ୍ରାମୀ

    ଗଢିଲେ ଯାଇଁ ।।


ଧନ ସମ୍ପଦକୁ ପାଦରେ ପେଲିଲେ       ମାଟି ମାଆ ସେବାରେ 

     ନିଜ ଜୀବନକୁ

      ଉତ୍ସର୍ଗ କଲେ ।।

ଲେଖନୀ ମୁନରେ ରଚିଲେ 

  ଶତ୍ରୁ ବିଦେଶୀ ନୀତି

ତାଙ୍କ ହୃଦୟ ସହି ନ ପାରିଲା 

      ଦୁରାଚାର ଅନୀତି ।।


ବାପୁଜୀଙ୍କ ସଙ୍ଗେ ସର୍ବ ପରିବାର

       ଯୋଗ ହୋଇଲେ 

ଲବଣ ସତ୍ୟାଗ୍ରହ ବିଦେଶୀ 

        ବିରୁଧେ ଲଢ଼ିଲେ ।।


କବିତା ଥିଲା ତାଙ୍କ ପ୍ରଧାନ ଅସ୍ତ୍ର

ମାତୃଭାଷା ମାତୃଭୂମି ପ୍ରତି 

        ଥିଲେ ଅନୁରକ୍ତ ।।


୧୯୩୩ ରେ କାନ୍ତ କବି 

     ଉପାଧି ପାଇଲେ

ବନ୍ଦେ ଉତ୍କଳ ଜନନୀ

       ସଙ୍ଗୀତ ରଚିଗଲେ ।।


୧୯୧୨ ବାଲେଶ୍ଵର 

   ଉତ୍କଳ ସମ୍ମିଳନୀରେ

ବନ୍ଦେ ଉତ୍କଳ ଜନନୀ ଗାନ କଲେ

        ସର୍ବେ ଖୁସି ମନରେ ।।


୧୯୫୩ ମସିହା ଫେବୃୟାରୀ 

        ୨୪ ହୋଇଲା  

ମହାନ ଅାତ୍ମଙ୍କର ଜୀବନ 

      ଦୀପ ଲିଭିଗଲା ।।

 

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ 

    ତତ୍ତ୍ଵାବଧାନରେ

୨୦୨୦ ଜୁନ ୭ ତାରିଖରେ

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ

   ପାଇଲା ରାଜ୍ୟ ସଙ୍ଗୀତର ସମ୍ମାନ

ଉତ୍କଳ ପ୍ରଦେଶ ଉତ୍କଳ ସଙ୍ଗୀତ

     ହୋଇଲା ମହାନ ।।


      ମନସ୍ଵିନୀ ମିଶ୍ର

 ସିକୋ , ରାଜକନିକା , କେନ୍ଦ୍ରାପଡ଼ା

Post a Comment

0 Comments